ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ବିମାନ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ୨୦୨୪ ସୁଦ୍ଧା ଦେଶରେ ଆଉ ୧୦୦ଟି ନୂଆ ବିମାନ ବନ୍ଦର ହେବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ବିମାନ ଯାତ୍ରୀଙ୍କ ସଂଖ୍ୟା ଦିନକୁ ବଢୁଥିବାରୁ ଏହି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ସେହିପରି ବିମାନ ବନ୍ଦରରେ ଯାତ୍ରୀଙ୍କୁ ଉନ୍ନତମାନର ସୁବିଧା ଦେବା ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି।

ଏହାସହ ନୂଆ ରେଲୱେ ଷ୍ଟେସନ, ନୂଆ ବସ୍‌ ଷ୍ଟାଣ୍ଡ ଏବଂ ନୂଆ ଟ୍ରେନ୍‌ ଚଳାଚଳ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।

Comment