ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପୁଞ୍ଜି ନିବେଶ କରିବାରେ ସିଙ୍ଗାପୁର ଆଗରେ।

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୪-୨୦୧୯ ଭିତରେ ଏହି ନିବେଶ ହାର ଅଧିକ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

୨୦୧୪-୧୯ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ୨୮୪ ବିଲିଅନ୍‌ ଡଲାରକୁ ବୃଦ୍ଧି ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ସମ୍ପର୍କରେ ସୂଚନା ଦେଇଥିଲେ।

‘‘୨୦୦୯-୨୦୧୪ ଭିତରେ ଭାରତରେ ୧୯୦ ବିଲିଅନ୍‌ ଡଲାର ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ହୋଇଥିଲା। ୨୦୧୪-୧୯ ଭିତରେ ଏହା ବୃଦ୍ଧି ପାଇଁ ୨୮୪ ବିଲିଅନ୍‌ ଡଲାରରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏହା ୧୫ ପ୍ରତିଶତକୁ ବୃଦ୍ଧି ପାଇଛି’’, କହିଛନ୍ତି ନିର୍ମଳା ସୀତାରମଣ।

କମ୍ପ୍ୟୁଟର ସଫ୍ଟୱେୟାର, ହାର୍ଡୱେୟାର, ଟେଲିକମ୍ୟୁନିକେସନ ଏବଂ ଅଟୋମୋବାଇଲ ବ୍ୟବସାୟରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତରେ ପୁଞ୍ଜି ନିବେଶ କରିବାରେ ସିଙ୍ଗାପୁର ଆଗରେ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସିଙ୍ଗାପୁର ୮ ବିଲଅନ୍‌ ଡଲାର ନିବେଶ କରିଛି।

‘‘ଭାରତର ଅର୍ଥନଅତିକ ଅଭିବୃଦ୍ଧି ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନିହାତି ଜରୁରୀ। ଏଥିପାଇଁ ଆମ ସରକାର ବିଦେଶୀ ପୁଞ୍ଜିପତିମାନଙ୍କୁ ଆକର୍ଷିତ କରୁଛନ୍ତି। ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି’’, କହିଛନ୍ତି ଅର୍ଥମନ୍ତ୍ରୀ।

Comment