ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏଣିକି ବିମାନରେ ଯିବ କୃଷି ସାମଗ୍ରୀ
  • ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା
  • ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧୀନକୁ ଆସିବ

ଏଣିକି ବିମାନରେ ଯିବ କୃଷିଜାତ ସାମଗ୍ରୀ। ଏନେଇ ଆରମ୍ଭ ହେବ ‘କୃଷି ଉଡାନ୍‌ ଯୋଜନା’। ଏହି ଯୋଜନା ଅନ୍ତର୍ଗତରେ ଜାତୀୟ ଓ ଅନ୍ତର୍ଜାତୀୟ ରୁଟ୍‌ରେ କୃଷିସାମଗ୍ରୀଗୁଡ଼ିକ ପରିବହନ କରାଯିବ। ବେସାମରିକ ବିମାନ ଚଳାଚଳ ବିଭାଗ ଏହି ଯୋଜନା ଆରମ୍ଭ କରିବ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶନିବାର ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କୃଷି ଉପରେ ବଶେଷ ଭାବେ ଫୋକସ୍‌ କରିଛନ୍ତି। କୃଷିଜାତ ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରରେ କିଭଳି ପହଞ୍ଚାଯିବ ସେନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି।

ସେହିପରି କମ୍‌ ଦିନରେ ନଷ୍ଟ ହୋଯାଉଥିବା ସାମଗ୍ରୀ ବା ପଚନଶୀଳ ସାମଗ୍ରୀର ଚାଲାଣ ପାଇଁ କିଷାନ ରେଳ ପ୍ରଚଳନ କରାଯିବ। ଗ୍ରାମାଞ୍ଚଳରେ ମହିଳା କୃଷକଙ୍କ ପାଇଁ ସରକାର ଧନଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି।

ଚଳିତ ବଜେଟ୍‌ରେ କୃଷି ଓ କୃଷକଙ୍କ ପାଇଁ ନିର୍ମଳା ନିଜ ପେଡ଼ି ଖୋଲି ଦେଇଛନ୍ତି। କୃଷିର ଉନ୍ନନ ପାଇଁ ସରକାର ୧୬ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧିନକୁ ଆସିବ। ଏହାର ବିକାଶ କିଭଳି ହୋଇପାରିବ ସମସ୍ତ ଦାୟିତ୍ୱ ନାବାର୍ଡ ଗ୍ରହଣ କରିବ ବୋଲି ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Comment