ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ମିନେରାଲ୍‌ ବିଅରିଂ ଏରିଆ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ (OMBADC) ଯାଜପୁର ଅଧୀନରେ ଜୁନିଅର୍‌ ଏଣ୍ଟେମୋଲୋଜିଷ୍ଟ ଏବଂ ଆକାଉଣ୍ଟ ଆଣ୍ଡ ଏମ୍‌ଆଇଏସ୍‌ ମ୍ୟାନେଜର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୫ ତାରିଖ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ଜୁନିଅର୍‌ ଏଣ୍ଟେମୋଲୋଜିଷ୍ଟ (ଦୁଇଟି ପଦବୀ) – ବାୟୋଲୋଜି ଷ୍ଟ୍ରିମ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟର ରେ (ଏମ୍‌ଏସ୍‌ ଅଫିସ୍‌) ଦକ୍ଷତା ଥିବା ଆବଶ୍ୟକ। ଏହା ବ୍ୟତୀତ ଦୁଇଚକିଆ ଯାନ ଚଳାଚଳ ପାଇଁ ଡ୍ରାଇଭିଂ ଲାଇସେନ୍ସ ଥିବା ଦରକାର ଏବଂ ପ୍ରାର୍ଥୀଜଣଙ୍କ ଯାଜପୁର ଜିଲ୍ଲାର ବାସିନ୍ଦା ହୋଇଥିବା ଆବଶ୍ୟକ।

ମ୍ୟାନେଜର- ଆକାଉଣ୍ଟସ୍‌ ଆଣ୍ଡ ଏମ୍‌ଆଇଏସ୍‌ (ଗୋଟିଏ ପଦବୀ) – କମର୍ସରେ ସ୍ନାତକ/SAS ଆକାଉଣ୍ଟସ୍‌ରେ ଉତ୍ତୀର୍ଣ୍ଣ ହେବା ସହ ଆକାଉନ୍‌ଣ୍ଟିଂ, ଆନାଲିସିସ୍‌ ଏବଂ ବଜେଟିଂ, ଫାଇନାନ୍‌ସିଆଲ୍‌ ସଫ୍ଟଓ୍ଵେୟାର୍‌ (ଟାଲି) ଓ ରିପୋର୍ଟିଂ ସିଷ୍ଟମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ସହ କମ୍ପ୍ୟୁଟର (ଏମ୍‌ଏସ୍‌ ଅଫିସ୍‌) ରେ ଦକ୍ଷତା ଥିବା ଆବଶ୍ୟକ।

ବୟସ ସୀମା – ୨୦୧୯ ଡିସେମ୍ବର ୧ ତାରିଖ ସୁଦ୍ଧା ୪୦ ବର୍ଷରୁ କମ୍‌ ବୟସ ହୋଇଥିବା ଦରକାର।

ଦରମା – ୨୩,୮୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଡାକ ମାଧ୍ୟମରେ ନିଜର ଆବେଦନପତ୍ର ପଠାଇବେ। ଏହା ସହ ସମସ୍ତ ଦରକାରୀ କାଗଜ ପତ୍ର, ପ୍ରମାଣପତ୍ର ଆଦିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ହେବ।

ଅଫିସ୍‌ ଅଫ୍‌ ଦି ଚିଫ୍‌ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍‌ଥ୍‌ ଅଫିସର୍‌, ଯାଜପୁର

ଏହି ବିଜ୍ଞପ୍ତି ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.jajpur.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

LEAVE A REPLY

Please enter your comment!
Please enter your name here