ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଟି ହସ୍ପିଟାଲ ଦାବି ନେଇ ଆଜି ବି ବରଗଡ଼ ବନ୍ଦ ଡାକରା ଦେଇଛି ଏକତା ମଞ୍ଚ। ସହରରେ ରହିଥିବା ଦୋକାନ ବଜାର ବନ୍ଦ ରହିଥିବା ବେଳେ କାଁ ଭାଁ ଗାଡ଼ି ଚଳାଚଳ ଦେଖିବାକୁ ମିଳିଛି।

ସୋମବାର ଆନ୍ଦୋଳନକାରୀ ପୋଲିସ ମୁହାଁମୁହିଁ ହେବା ସହ ଢେଲାମାଡ଼ ମଧ୍ୟ କରଯାଇଥିଲା। ଏହାସହ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଆନ୍ଦୋଳନକାରୀମାନେ ୮ ଘଣ୍ଟା ଘେରିଥିଲେ।

ବରଗଡ଼ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରିବା ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ସହରବାସୀ ଆନ୍ଦୋଳନ କରୁଛନ୍ତି। ହେଲେ ଏନେଇ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବି ଆନ୍ଦୋଳନର ରୂପ ନେଇଛି।

Comment