ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ଟି-୨୦ ରାଙ୍କିଙ୍ଗରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ। ଏହା ରାହୁଳଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ। ନ୍ୟୁଜିଲାଣ୍ଡ ବିପକ୍ଷ ୫ଟିକିଆ ଟି-୨୦ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ତାଙ୍କ ରାଙ୍କିଙ୍ଗରେ ପରିବର୍ତ୍ତନ ହୋଇଛି।

ବର୍ତ୍ତମାନ ରାହୁଲ ୮୨୩ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରକୁ ବାବର ଆଜମ ୮୭୯ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଭାରତୀୟ କ୍ୟାପଟେନ ବିରାଟ କୋହଲି ୬୭୩ ରନ୍‌ କରି ନବମ ସ୍ଥାନରେ ରହିଥିଲା ବେଳେ ରୋହିତ ଶର୍ମା ୬୬୨ ପଏଣ୍ଟରେ ଦଶମ ସ୍ଥାନରେ ରହିଛନ୍ତି।

ବୋଲର ତାଲିକାରେ ଟପ୍‌ ଟେନରେ କୌଣସି ଭାରତୀୟ ସ୍ଥାନ ପାଇନଥିଲା ବେଳେ ଯଶପ୍ରୀତ ବୁମରା ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଓ୍ଵାଶିଂଟନ୍‌ ସୁନ୍ଦର ୨୨ତମ ସ୍ଥାନ ଓ ୟୁଜବେନ୍ଦ୍ର ଚହଲ ୩୦ତମ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଯୋଗୁଁ ଟିମ୍‌ ରାଙ୍କିଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇଛି। ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଭାରତ ୨୬୫ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ମଧ୍ୟ ୨୬୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୨୬୯ ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛି ଓ ପାକିସ୍ତାନ ୨୭୦ ପଏଣ୍ଟ ସହ ପ୍ରଥମରେ ରହିଛି।

Comment