ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ମାହାଙ୍ଗା ମହିଳା କଲେଜ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ କଲେଜ ପକ୍ଷରୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପଦବୀରେ ଅତିଥି ଅଧ୍ୟାପକ ଓ ଜୁନିୟର କ୍ଲର୍କ ପଦବୀରେ ଏହି ନିଯୁକ୍ତି ଦିଆଯିବ। ଏନେଇ ଆସନ୍ତା ଫେବ୍ରୁଆରି ୮ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଯୋଗ ଦେଇପାରିବେ।

ଅତିଥି ଅଧ୍ୟାପକଙ୍କ ନିଯୁକ୍ତି ଇଂରାଜୀ, ଏଜୁକେସନ୍‌, ହୋମ୍‌ ସାଇନ୍ସ, ପଲିଟିକାଲ ସାଇନ୍ସ ବିଭାଗରେ ହେବ।

ଶିକ୍ଷାଗତ ଯୋଗ୍ୟତା

ଅତିଥି ଅଧ୍ୟାପକ- ନିଜ ବିଷୟରେ (ଇଂରାଜୀ, ଏଜୁକେସନ୍‌, ହୋମ୍‌ ସାଇନ୍ସ, ପଲିଟିକାଲ ସାଇନ୍ସ) ୫୫ ପ୍ରତିଶତ ମାର୍କ ରଖିଥିବା ସହ ସ୍ନାତକୋତ୍ତର କରିଥିବା ଦରକାର।

ଜୁନିୟର କ୍ଲର୍କ- କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଏବଂ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ଫେବ୍ରୁଆରି ୩ରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା

ମାହାଙ୍ଗା ମହିଳା କଲେଜ୍‌, ପଲ୍ଲିସାହୀ, ମାହାଙ୍ଗା, କଟକ

ଇଣ୍ଟରଭ୍ୟୁ ସମୟ

୨୦୨୦ ଫେବ୍ରୁଆରି ୮ (ଶନିବାର) ସକାଳ ୧୧ଟା

ସୌଜନ୍ୟ – ଚାକିରି ପ୍ଲସ୍‌

Comment