ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ଅର୍ବାନ୍ ସିଏଚସି)ରେ ପରିଣତ କରାଯିବ। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବରଗଡ଼ରେ ସିଟି ହସ୍ପିଟାଲ ଗଠନ ପାଇଁ ଜୋରଦାର ଆନ୍ଦୋଳନ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ୩୦ଟି ଶଯ୍ୟାକୁ ନେଇ ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗଠନ କରାଯିବ। ଏଥିସହିତ ଏଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀମାନେ ଯିବା ଆସିବା କରିବା ପାଇଁ ଆମ୍ବୁଲାନ୍ସ ଓ ବସ ସେବା ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥିସହିତ ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆପତଃକାଳୀନ ଏବଂ ଓପିଡି ସେବା ରହିବ ବୋଲି ଘୋଷଣା କରାଯାଇଛି।

ବରଗଡ଼ର ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଓ ଜିଲ୍ଲାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ଼ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି।

Comment