ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ବହୁଥିବା ବିଭିନ୍ନ ନଦୀ ତଥା ଜଳଭଣ୍ଡାରେ ମୋଟର ଚାଳିତ ଡଙ୍ଗା ବ୍ୟବସ୍ଥା ନଥିବାରୁ ଲୋକଙ୍କ ସାହାରା ପାଲଟିଛି ଦେଶୀ ଡଙ୍ଗା। ଏହି ଦେଶୀ ଡଙ୍ଗାକୁ ସରକାର ବେଆଇନ ଘୋଷଣା କରିଥିଲେ ମଧ୍ୟ ଏହାର ବିପଳ୍ପ ସରକାର ଯୋଗାଇନଥିବାରୁ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ  ନଈରେ ଦେଶୀ ଡଙ୍ଗାରେ ଯା’ ଆସ କରୁଛନ୍ତି ଲୋକେ।

କୋଲାବ ଜଳଭଣ୍ଡାର, ଜଲାପୁଟ ଜଳ ଭଣ୍ଡାର, ମୁରାନ ଡ୍ୟାମର ଭଳି ଜଳ ଭଣ୍ଡାରରେ ଦେଶୀ ଡଙ୍ଗା ବ୍ୟବହାର କରୁଛନ୍ତି ଲୋକେ।

୩ ଦିନ ତଳେ  ଚିଲିକାରେ  ଡଙ୍ଗାବୁଡ଼ି ଘଟଣା ପରେ ବୁଢ଼ୀ ଅଞ୍ଚଳବାସୀ ଲୋକେ ବେଶୀ ଆତଙ୍କିତ ହୋଇ ପଡିଛନ୍ତି। ଲୋକେ ପେନସନଠାରୁ ଚାଉଳ,  ଭତ୍ତା ପାଇଁ ମଧ୍ୟ ବୁଢ଼ୀ ଅଞ୍ଚଳବାସୀମାନେ ଦେଶି ଡଙ୍ଗା ଉପରେ ନିର୍ଭର କରି ପ୍ରତ୍ୟେକ ମାସରେ  ଯିବା ଆସିବା କରନ୍ତି।

ଗତ ୨୦୧୪ ମସିହ ଠାରୁ ଡିସେମ୍ବର ୨୦୧୯ ମଧ୍ୟରେ ବିଭିନ୍ନ ସ୍ଥାନରେ ଡଙ୍ଗାବୁଡି ଘଟଣା ଘଟି ପ୍ରାୟ ୧୫ ଜଣଙ୍କର ପ୍ରାଣହାନୀ ଘଟିଲାଣି।  ଯୋଗାଯୋଗର ଅଭାବ ଯୋଗୁଁ ଏହି ଲୋକଙ୍କ ସକାଶେ ମୌଳିକ ସୁବିଧା ଏକ ପ୍ରକାର ଅପହଞ୍ଚ ହୋଇରହିଛି। ମୋଟର ଚାଳିତ ଡଙ୍ଗା  ଓ ଲାଇଭ୍‌ ଜ୍ୟାକେଟ ଦେବା ଲୋକେ ଏବେ ଦାବି କରିଛନ୍ତି।

Comment