ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ରହିଛି। ସମ୍ବଲପୁର, ବଲାଙ୍ଗିର,  ଝାରସୁଗଡ଼ା, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଓକିଲ ସଂଘ ବନ୍ଦ ପାଳନ କରୁଛି।

ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଜାରି ରହିବ । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏଶନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ-ବଜାର, ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ,  ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସକାଳୁ ସମ୍ବଲପୁର ସହରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳ ରୋକ କରିଛନ୍ତି । ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ ଟ୍ରେନ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ରାଉରକେଲା ଡିଏମୟୁ ଟ୍ରେନ ଷ୍ଟେସନରେ ଅଟକିଛି।

Comment