ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ମଦ ପିଇ ମାତାଲ ହେବା। ନିଲମ୍ବିତ ହେଲେ ମଦୁଆ ପୋଲିସ ସବ-ଇନ୍ସପେକ୍ଟର। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ କାର୍ଯ୍ୟରତ ଥିବା ପୋଲିସ ସବ-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଷାନଙ୍କୁ ଗତକାଲି ରାତିରେ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ।

ପୋଲିସ ସବ-ଇନ୍ସପେକ୍ଟର କିଷାନ ଗତକାଲି ସନ୍ଧ୍ୟା ସମୟରେ ଅତ୍ୟଧିକ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟରେ ଥିବା ଏକ ପାନ ଦୋକାନର ବେଞ୍ଚ ଉପରେ ବେହୋସ୍ ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ସବ-ଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ଥାନାରେ ଛାଡ଼ି ଥିଲେ।

ମଦୁଆ ସବ-ଇନ୍ସପେକ୍ଟରଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ସବ-ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସପି। ଘଟଣାର ତଦନ୍ତ କରି ଏସପି ସବ-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଷାନଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରିଛନ୍ତି।

୨୦୧୮ ମସିହାରେ ମଧ୍ୟ ଏହି ଅଧିକାରୀ ବାରିପଦା ଟାଉନ ଥାନାରେ ଥିବା ବେଳେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ। ଏହି ଅଭିଯୋଗ ପରେ ମଧ୍ୟ ସେ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।

Comment