ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୦ରୁ ଏଥର ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ଆଇପିଏଲ୍ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଏହି ୨ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ନେବା ଲକ୍ଷ୍ୟରେ ରହିଛି ରାଜସ୍ଥାନ। ୨ ଖେଳାଳି ହେଉଛନ୍ତି ମୁସ୍ତାଫିଜୁର ରେହମାନ ଓ ମାର୍କ ଉଡ୍।
ମାର୍କ ଉଡ୍
ଇଂଲଣ୍ଡର ଏହି ବୋଲର ଜୋଫ୍ରାଙ୍କ ସ୍ଥାନରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳି ପାରନ୍ତି। ଉଡ୍ ମଧ୍ୟ ଇଂଲଣ୍ଡର ଜଣେ ପ୍ରମୁଖ ବୋଲର। ସେ ୧୪୫ କିଲେମିଟର ବେଗରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ଏହାସହ ଉଡ୍ ଟି-୨୦ରେ ୩୦ ଓ୍ଵିକେଟ ନେଇଛନ୍ତି। ଗତ ୮-୧୦ ମାସ ହେବ ଉଡ୍ ଚମତ୍କାର ଫର୍ମରେ ମଧ୍ୟ ରହିଛନ୍ତି। ତେଣୁ ରାଜସ୍ଥାନ ରୟାଲ୍ସ ଜୋଫ୍ରାଙ୍କ ସ୍ଥାନରେ ଉଡ୍ଙ୍କୁ ଦଳରେ ସାମିଲ କରିପାରେ।
ମୁସ୍ତାଫିଜୁର ରେହମାନ
ମୁସ୍ତାଫିଜୁର ରେହମାନ ମଧ୍ୟ ରାଜସ୍ଥାନ ପାଇଁ ପ୍ରଥମ ପସନ୍ଦ ହୋଇପାରନ୍ତି। ଟି-୨୦ ଫର୍ମାଟରେ ମୁସ୍ତାଫିଜୁର ଚମତ୍କାର ବୋଲିଂ କରନ୍ତି। ଗତ ବିଶ୍ଵକପରେ ମଧ୍ୟ ଶ୍ରେଷ୍ଠ ଓ୍ଵିକେଟ ହାସଲକାରୀ ଖେଳାଳିଙ୍କ ତାଲିକାରେ ରହିଥିଲେ। ଏହାସହ ସେ ଓ୍ଵର୍କର ବୋଲିଂ କରିବାର ଦକ୍ଷତା ମଧ୍ୟ ରଖିଛନ୍ତି। ତେଣୁ ରାଜସ୍ଥାନ ପାଇଁ ମୁସ୍ତାଫିଜୁର ମଧ୍ୟ ବିକଳ୍ପ ହୋଇପାରନ୍ତି।

















