ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲ୍‌-୨୦୨୦ର ଫାଇନାଲ ମ୍ୟାଚ୍। ମଇଦାନ୍ ପ୍ରସ୍ତୁତ। ଯୋଦ୍ଧାମାନେ ବି ପ୍ରସ୍ତୁତ। ଆଉ ମାତ୍ର କେଇ ଘଣ୍ଟା ପରେ ବିଶ୍ଵର ସବୁଠାରୁ ଧନୀ କ୍ରିକେଟ୍‌ ଲିଗ୍‌ରେ ମୁହାଁମୁହିଁ ହେବେ ଆଇପିଏଲ୍‌ର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ ଯୋଦ୍ଧା ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇ ଷ୍ଟାଡିୟମ୍‌ରେ ଖେଳାଯିବ।

ମୁମ୍ବାଇ ଦଳ ପଞ୍ଚମ ଟାଇଟଲ ଜିତି ‘ହାଇ ଫାଇଭ୍’ ହାସଲ କରିବା ଲକ୍ଷ୍ୟରେ ରହିଥିବା ବେଳେ ଦିଲ୍ଲୀ ମଧ୍ୟ ପ୍ରଥମ ଚାଇଟଲ ପାଇଁ ବେଶ୍ ଉତ୍କଣ୍ଠାର ସହ ରହିଛି। ପ୍ରଥମଥର ଫାଇନାଲ୍ ଖେଳୁଥିବାରୁ ରାଜଧାନୀ ଏକ୍ସପ୍ରେସ୍ ‘ ଦିଲ୍ଲୀ କ୍ୟାପିଟାଲ୍ସ’ ପାଇଁ ଏହି ମ୍ୟାଚ୍‌ଟି ରୋଚକ ଓ ସ୍ମରଣୀୟ ହୋଇପାରେ। ସେହିପରି ଷଷ୍ଠ ଥର ପାଇଁ ଫାଇନାଲ୍‌କୁ ଯାଇଥିବା ‘ଇଣ୍ଡିଆନ୍ସ’ମାନେ ଦିଲ୍ଲୀକୁ ଏବର୍ଷ ଚତୁର୍ଥ ଥର ପାଇଁ ଧରାଶାୟୀ କରି ପୁଣି ଥରେ ଟ୍ରଫି ତୋଳି ଧରିବାର ଅନନ୍ୟ ସଫଳତା ପାଇଁ ମଇଦାନକୁ ଓହ୍ଲାଇବ।ଏହି ସିଜିନ୍‌ରେ ମୁମ୍ବାଇଠାରୁ ହ୍ୟାଟ୍ରିକ୍ ପରାଜୟ କରିଛି ଦିଲ୍ଲୀ। କିନ୍ତୁ ଆଜିର ମ୍ୟାଚ୍‌ରେ ମୁମ୍ବାଇକୁ କଳେ ବଳେ କୌଶଳେ ମାତ୍ ଦେବାକୁ ଦିଲ୍ଲୀ ବାହିନୀ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। କ୍ରିକେଟର ଏହି ମହାମୁକାବିଲାରେ ବିଜୟୀ ହେଲେ ଦିଲ୍ଲୀ ପ୍ରଥମଥର ମୁକୁଟ ପିନ୍ଧିବା ସହ ଆଇପିଏଲ୍‌କୁ ଏକ ନୂଆ ବିଜେତା ମିଳିବ।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଲସିଥ୍ ମାଲିଙ୍ଗା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

Comment