ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ଅଭିଯାନ ଶେଷ ହୋଇଛି। ଦଳ ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏହାପରେ ଦଳର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସେନ ୱାଟସନ୍ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ଅଷ୍ଟ୍ରେଲୀୟ ଖେଳାଳି ସେନ୍ ୱାଟସନ ଏହାପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ। ହେଲେ ସେ ଚେନ୍ନାଇ ପାଇଁ ଆଇପିଏଲ୍ ଖେଳିବା ଜାରି ରଖିଥିଲେ। ଚଳିତ ଥର ସିଏସକେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ପରେ, ୱାଟସନ ମଧ୍ୟ କ୍ରିକେଟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି।ଚେନ୍ନାଇ ପାଇଁ ୱାଟସନ ଅନେକ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି। ତେଣୁ ତାଙ୍କୁ ଭବିଷ୍ୟତରେ ସିଏସକେର ଟିମ୍ ମ୍ୟାନେଜମେଣ୍ଟରେ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି।

ଆଇପିଏଲ୍ ୨୦୨୦ରେ ୱାଟସନ ମୋଟ ୧୧ଟି ମ୍ୟାଚରେ ସିଏସକେ ପାଇଁ ଖେଳିଥିଲେ। ଏହି ମ୍ୟାଚରେ ସେ ମୋଟ ୨୯୯ ରନ୍ କରିବାକୁ ସମର୍ଥ ହୋଇଥିଲେ। ଯେଉଁଥିରେ ୨ଟି  ଅର୍ଦ୍ଧଶତକ ସାମିଲ ଥିଲା।

Comment