ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁରରେ ବରଯାତ୍ରୀ ବସ ବିଦ୍ୟୁତ୍ ତାର ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହିତ ୩୫ଜଣ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ରବିବାର ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଗୋଟିଏ ବରଯାତ୍ରୀ ବସ୍‌ରେ ୧୧ କେଭି ତାର ଲାଗିଯାଇଥିଲା। ବସ୍‌ଟି ୪୩ ଜଣ ଲୋକଙ୍କୁ ନେଇ ଏକ ନିର୍ବନ୍ଧ ଉତ୍ସବରେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କୁ ଦ୍ୱାରା ଯାତ୍ରୀମାନଙ୍କୁ ବସରୁ ଉଦ୍ଧାର କରିବା ସହିତ ବିଦ୍ୟୁତ କଟାଯାଇଥିଲା। ଏହାସହିତ ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

Comment