ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଯାତ୍ରୀ ବସ୍‌ରେ ଲାଗିଲା ନିଆଁ। ଫଳରେ ବସ୍‌ ଭିତରେ ଥିବା ୪୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ। ବସ୍‌ରେ ପୋଡ଼ି ହୋଇଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏକ ବରଯାତ୍ରୀ ବସ୍‌ ବିବାହ ଉତ୍ସବକୁ ଯାଉଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ ଭିତରେ ଥିବା ୪୦ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକମାନେ ଉଦ୍ଧାର କରାଯାଇଥିଲା।

ପରେ ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୧୦ ଆମ୍ଵୁଲାନ୍ସକୁ ନିୟୋଜିତ କରାଯାଇଛି।

Comment