ଓଡ଼ିଶାଲାଇଭ୍ ବ୍ୟୁରୋ

“ନୂଆଦିଲ୍ଲୀରେ ଯଦି ବିଜେପି ହାରିବ ଏବଂ ଆପ୍ ଜିତିବ ତେବେ ମୁଁ ଆଉ କଦାପି ନିର୍ବାଚନ ଲଢ଼ିବନି। କେବଳ ବିଜେପିର ଜଣେ ସଙ୍ଗଠକ ଭାବେ କାମ କରିବି”,ଦିଲ୍ଲୀ ବିଧାନସଭା ନିର୍ବାଚନର ବୁଥ୍ ବାହୁଡ଼ା ମତ ଆସିବା ପରେ ଏପରି କହିଛନ୍ତି ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁନୀଲ ଯାଦବ।

ନୂଆଦିଲ୍ଲୀ ବିଧାନସଭା ଆସନରେ ଆପ୍ ତରଫରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ବାଚନ ଲଢୁଥିଲେ। ତାଙ୍କ ବିପକ୍ଷରେ ବିଜେପି ସୁନୀଲ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ତାଙ୍କୁ ଜିତେଇବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ହେଲେ ବୁଥ୍ ବାହୁଡ଼ା ମତରେ କିନ୍ତୁ ସେ ହାରୁଥିବା ସୂଚନା ରହିଛି।

ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କଠାରୁ ସେ ନିର୍ବାଚନ ହାରୁଥିବା ନେଇ ଏକଜିଟ୍ ପୋଲରେ ସୂଚନା ମିଳିଛି କିନ୍ତୁ ଏକଜିଟ୍ ପୋଲକୁ ମାନିବାକୁ ନାରାଜ୍ ଅଛନ୍ତି ସୁନୀଲ ଯାଦବ। ଦିଲ୍ଲୀରେ ପୁଣିଥରେ ବିଜେପି ସରକାର ଗଠନ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଉଛି।

Comment