ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈପାରୀଗୁଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛିl କୋଟିଏରୁ ଅଧିକ ଟଙ୍କାର ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକଙ୍କ ନିକଟରୁ ୩ଟି ମୋବାଇଲ, ଟଙ୍କା, ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛିl

ଗିରଫ ଯୁବକମାନେ ହେଲେ ଉତ୍ତରପ୍ରଦେଶର ପ୍ରବିଣ କୁମାର, ବିନୋଦ, ଯଗେଶ୍ୱର କୁମାର, ରବୀନ୍ଦ୍ର ସିଂ  ବୋଲି ଜଣାପଡ଼ିଛିl ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୈପାରୀଗୁଡା ଥାନା ଅଧିକାରୀ  ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ରବିବାର ରାତିରେ ଏକ ଦଶ ଚକିଆ ଟ୍ରକରେ ୪୭ଟି ବ୍ୟାଗରେ ବୈପାରୀଗୁଡ଼ା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏତିକିବେଳେ ରାସ୍ତାରେ ଗାଡ଼ିକୁ ଅଟକେଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା।

Comment