ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ପତପଡ଼ଗଞ୍ଜ ବିଧାନସଭା ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ମନିଷ ସିସୋଦିଆ ଏବଂ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗିଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଥିଲା। କେତେବେଳେ ରବିନ୍ଦ୍ର ଆଗୁଆ ରହୁଥିଲେ ତ ଆଉ କେତେବେଳେ ମନିଷ ଆଗୁଆ ରହୁଥିଲେ। ଶେଷରେ ମନିଷ ବାଜି ମାରିନେଲେ।

୨ ହଜାର ଭୋଟ ବ୍ୟବଧାନରେ ମନିଷ ସିସୋଦିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରବିନ୍ଦ୍ରଙ୍କୁ ପରାଜିତ କରିଥିଲେ।

ଦିଲ୍ଲୀର ପତପଡ଼ଗଞ୍ଜ ହେଉଛି ଏକ ସମ୍ମାନଜନକ ଆସନ। ୧୯୯୩ରୁ ଏହି ଆସନଟି ପର୍ଯ୍ୟାୟକ୍ରମେ ବିଜେପି ଓ କଂଗ୍ରେସ କବ୍‌ଜାରେ ରହିଥିଲା। ୨୦୧୩ ଏବଂ ୨୦୧୫ରେ ଆପ୍‌ ପ୍ରାର୍ଥୀ ମନିଷ ସିସୋଦିଆ ଏହି ଆସନକୁ କବ୍‌ଜା କରିଥିଲେ।

ଚଳିତ ନିର୍ବାଚନରେ ପତପଡ଼ଗଞ୍ଜ ଆସନରୁ କିଏ ଜିତିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେ ମନିଷ ସିସୋଦିଆ ହିଁ ବାଜି ମାରି ନେଇଛନ୍ତି।

Comment