ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲେଜ ପଡ଼ିଆରେ କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଛାତ୍ରଙ୍କ ଜୀବନ। ସୋମବାର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ଛାତ୍ର ଜଣକ ହେଲେ ଡେରାବିଶ ବ୍ଲକର ନୂଆଗାଁ ମନ୍ତ୍ରୀପଡ଼ାର ସତ୍ୟବ୍ରତ ପ୍ରଧାନ। ସେ ଯୁକ୍ତ ୨ ବିଜ୍ଞାନ ଛାତ୍ର ଥିଲେ।।

ସୋମବାର ସାଙ୍ଗମାନଙ୍କ ସହ କଲେଜ ପଡ଼ିଆରେ କ୍ରିକେଟ ଖେଳୁଥିଲେ ସତ୍ୟବ୍ରତ। ବଲ୍‌କୁ ଚଉକା ମାରି ରନ୍‌ ନେବା ସମୟରେ ହଠାତ୍‌ ପିଚ୍‌ରେ ଟଳି ପଡ଼ିଥିଲେ। ସତ୍ୟବ୍ରତଙ୍କୁ ସାଙ୍ଗମାନେ ସଙ୍ଗେ ସଙ୍ଗେ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comment