ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ରେଜଲ୍ଟ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ଟି କେନ୍ଦ୍ରରେ ମତଗଣନା ଚାଲିଛି। ପ୍ରାରମ୍ଭିକ ଗଣତି ଅନୁସାରେ  ଆପ୍‌ ୫୦ରୁ ଅଧିକ ଆସନରେ ଆଗୁଆ ରହିଛି। ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଗୁଆ ରହିଛନ୍ତି। ସେହିପରି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି।

ଆପ୍‌ ଆଗରେ ଚାଲିଥିବା ବେଳେ ବିଜେପି ୧୭ଟିରେ ଆଗରେ ରହିଛି। କଂଗ୍ରେସ ଏଯାଏଁ ଖାତା ଖୋଲିନି। ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ପୁଣିଥରେ ଶାସନ କରିବ।

ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲି ପାରିବ ନାହିଁ କିମ୍ବା ଅତିବେଶୀରେ ଗୋଟିଏ ଆସନ ଜିତିବ।

Comment