ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୬୨ ଆସନ ପାଇ ଦିଲ୍ଲୀକୁ ପୁଣିଥରେ ଦଖଲ କରିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ। ଆପ୍‌ର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜରିୱାଲଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ଉତ୍ତର ଦେଇ କେଜରିୱାଲ କହିଛନ୍ତି ଯେ, ଆମେ ମିଳିମିଶି ଦିଲ୍ଲୀକୁ ‘ୱାର୍ଲ୍ଡ କ୍ଲାସ୍‌ ସିଟି’ ରେ ପରିଣତ କରିବା।

‘‘ଦିଲ୍ଲୀ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ। ଆଶା କରୁଛି ଦିଲ୍ଲୀବାସୀଙ୍କ ସବୁ ଆଶା ଆଙ୍କାକ୍ଷା ପୂରଣ ହେବ’’, ଶୁଭେଚ୍ଛା ବାର୍ତ୍ତାରେ ଏହା କହିଥିଲେ ମୋଦୀ।

ଏହାର ଉତ୍ତରରେ କେଜରିୱାଲ କହିଥିଲେ, ‘‘ଆପଣଙ୍କୁ ଧନ୍ୟବାଦ ସାର୍। କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀକୁ ବିକାଶ ପଥରେ ଆଗେଇ ନେବାକୁ ମୁଁ ଚାହୁଁଛି।’’

ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ କେଜରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ କହିଛନ୍ତି, ‘‘ଦିଲ୍ଲୀବାସୀ ଯେଉଁ ଜନାଦେଶ ଦେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ। ବିଜେପିର କର୍ମକର୍ତ୍ତାମାନେ ଯେଉଁ ପରିଶ୍ରମ କରିଥିଲେ ସେମାନଙ୍କୁ ଧନ୍ୟବାଦ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ରାଜନାଥ ସିଂହ ମଧ୍ୟ କେଜରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment