ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୦-୨ରେ ସିରିଜ ଜିତି ସାରିଛି ନ୍ୟୁଜିଲାଣ୍ଡ। ଆଜିର ଏହି ମ୍ୟାଚରେ ଭାରତ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ। ସେହିପରି ନ୍ୟୁଜିଲାଣ୍ଡ ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ ଜିତି ସିରିଜ ବିଜୟୀ ହୋଇଛି। ଭାରତ ପାଖରେ ସିରିଜକୁ ଫେରିବାର ଆଉ କୌଣସି ସୁଯୋଗ ନାହିଁ। ତେଣୁ କାଲିର ମ୍ୟାଚରେ ସମ୍ମାନ ରକ୍ଷା ପାଇଁ ଜିତିବା ଲକ୍ଷ୍ୟରେ ରହିବ ଭାରତ।

ଆଜିର ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ହୋଇପାରେ। ଦଳରେ ଲକୋଶ ରାହୁଲ, ବିରାଟ କୋହଲି ଓ ଶ୍ରେୟାସ ଆୟର ଭଲ ପ୍ରଦର୍ଶନ କରି ଆସିଛନ୍ତି। ହେଲେ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ପୃଥ୍ଵୀ ଶ’ଙ୍କ ପ୍ରଦର୍ଶନ ଏତେ ଆକର୍ଷଣୀୟ ରହିନାହିଁ।

ସେହିପରି ଟି-୨୦ ସିରିଜରେ ପରାଜୟର ଶିକାର ହୋଇଥିବା ନ୍ୟୁଜିଲାଣ୍ଡ ଦଳ ଦିନିକିଆରେ ପ୍ରତିଶୋଧ ନେଇପାରେ। ଦଳ ଦିନିକିଆରେ ଉନ୍ନତ ପ୍ରଦର୍ଶନ କରିଛି।

Comment