ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପ। ଫ୍ରେବୁଆରି ୨୪ ଓ ୨୫ ତାରିଖରେ ସେ ଭାରତ ଆସୁଛନ୍ତି। ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ହ୍ୱାଇଟ୍‌ ହାଉସ୍‌ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଡୋନାଲ୍ଡ ଟ୍ରମ୍ପ ନୂଆଦିଲ୍ଲୀ ପରେ ଗୁଜୁରାଟ ଯିବାର କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍‌ର ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌କୁ ଟ୍ରମ୍ପ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଗତବର୍ଷ ଆମେରିକା ଟେକ୍ସାସରେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ। ଏହି କ୍ରମେ ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ହାଓଡି ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯିବ।  ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଯୋଗଦେବେ। ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୋଗଦେବେ।

LEAVE A REPLY

Please enter your comment!
Please enter your name here