ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଗତ ଥର ଭଳି ଏଥର ବି କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବ ରାମଳୀଳା ମଇଦାନରେ ଅନୁଷ୍ଠିତ ହେବ। ଏହି ଦିନ କେଜରିଓ୍ୱାଲଙ୍କ ସହ କ୍ୟାବନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ।

ଆଜି କେଜରିଓ୍ୱାଲ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କୁ ଭେଟି ସରକାର ଗଠନ ସଂପର୍କରେ ଆଲୋଚନା କରିବେ। ଅନ୍ୟପକ୍ଷରେ ଆଜି ଆପ୍‌ର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ କେଜରିଓ୍ୱାଲଙ୍କ ବିଧାୟକ ଦଳ ନେତା ବଛାଯିବ।

କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଫେବ୍ରୁଆରି ୧୧ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା। ବିଧାନସଭା ନିର୍ବାଚନରେ ଆପ୍‌କୁ ପ୍ରଚଣ୍ଡ ବହୁମତ ମିଳିଛି।  ମୋଟ ୭୦ ଆସନରୁ ଆପ୍‌ ୬୨ଟି ଆସନରେ ବିଜୟୀ ହୋଇଛି। ବିଜେପି ୮ଟି ଆସନ ପାଇଥିଲା ବେଳେ ଗତ ଥର ଭଳି କଂଗ୍ରେସ ଏଥର ଦିଲ୍ଲୀରେ ଖାତା ଖୋଲି ପାରିନାହିଁ।

Comment