ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଓ କ୍ୟାମ୍ପରେ ନିର୍ଯାତନାର ଅଭିଯୋଗ ଆଣି ହବିକାର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟିରେ ହବିକାର ସକ୍ରିୟ ରହିଥିଲା। ଆର୍‌ କୁ ବିଧାୟକଙ୍କ ହତ୍ୟା ଘଟଣା ସମେତ ଅନେକ ବଡ଼ ବଡ଼ ହତ୍ୟା ଘଟଣାରେ ହବିକାର ସକ୍ରିୟ ରହିଥିଲା। ଯୋଡ଼ାମ୍ବ ଗାଁରେ କିଛିଦିନ ତଳେ ମାଓବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ହେଲେ ଗ୍ରାମବାସୀ ମାଓବାଦୀମାନଙ୍କ ଯୋଜନା ପଣ୍ଡ କରିବା ସହ ପାଲଟା ଆକ୍ରମଣ କରିଥିଲେ।

ଯୋଡାମ୍ବ ଗ୍ରାମବାସୀଙ୍କଠାରୁ ହବିକାର ମାଡ଼ ଖାଇଥିଲା। ଏହାପରେ ମାଓ କ୍ୟାମ୍ପରେ ହବିକାର ନିର୍ଯାତନାର ଶିକାର ହୋଇଥିଲା। ହବିକାରଙ୍କୁ ଧରିବା ପାଇଁ ପୋଲିସ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଶେଷରେ ହବିକାର ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

Comment