ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର କୁରୁଡ଼ାସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ରେ ପାର୍ଟ ଟାଇମ୍‌ ରିଟେନର୍ସିପ୍‌ ଭିତ୍ତିରେ ପାନେଲ୍ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପେସାଦାର ଡାକ୍ତରମାନେ ଏହି ପଦବୀ ପୀଇଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଦିନକୁ ଦୁଇ ଘଣ୍ଟା ଭାବରେ ସପ୍ତାହକୁ ଛଅ ଦିନ ପାଇଁ ଏବଂ ମାସକୁ ୨୬ ଦିନ ପାଇଁ ଉଦ୍ଦିଷ୍ଟ।

ଶିକ୍ଷାଗତ ଯୋଗ୍ୟତା:                 

  • ଏମ୍‌ଡି (ମେଡିସିନ୍‌)/ଏମ୍‌ଏସ୍‌ (ଜେନେରାଲ୍‌ ସର୍ଜରୀ)/ଏମ୍‌ବିବିଏସ୍‌ ତଥା ଜେନେରାଲ ପ୍ରାକ୍ଟିସନର୍‌ ଭାବେ ୫ ବର୍ଷର ଅଭିଜ୍ଞତା ଥିବା ଡାକ୍ତରମାନେ ଆବେଦନ କରିପାରିବେ।
  • ଏମ୍‌ଡି (ମେଡିସିନ୍‌)/ଏମ୍‌ଏସ୍‌ (ଜେନେରାଲ୍‌ ସର୍ଜରୀ) ଯୋଗ୍ୟତା ଥିବା ଡାକ୍ତରମାନଙ୍କୁ ଏମ୍‌ବିବିଏସ୍‌ ତୁଳନାରେ ଅଗ୍ରୀଧିକାର ଦିଆଯିବ।

ଦରମା- (ସର୍ବାଧିକ ୫୨ ଘଣ୍ଟା)

  • ଏମ୍‌ଡି (ମେଡିସିନ୍‌)/ଏମ୍‌ଏସ୍‌ (ଜେନେରାଲ୍‌ ସର୍ଜରୀ) – ଘଣ୍ଟାକୁ ୧୦୯୪ ଟଙ୍କା ହିସାବରେ ମାସକୁ ୫୬,୮୮୮ ଟଙ୍କା
  • ଏମ୍‌ବିବିଏସ୍‌- ଘଣ୍ଟାକୁ ୮୫୧ ଟଙ୍କା ହିସାବରେ ମାସକୁ ୪୪,୨୫୨ ଟଙ୍କା

ଆବେଦନ ପ୍ରକ୍ରିୟା:

  • ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ପୂରଣ କରି ଫେବ୍ରୁଆରି ୨୨ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ଠିକଣା- ଚିଫ୍‌ ପ୍ଲାଂଟ ମ୍ୟାନେଜର, ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌, ଇଣ୍ଡେନ୍‌ ବଟଲିଂ ପ୍ଲାଂଟ, ସା- ଛଣପୁର, ପୋ- କୁରୁଡ଼ା, ଜିଲ୍ଲା- ବାଲେଶ୍ଵର, ଓଡ଼ିଶା- ୭୫୬୦୫୬, ଫୋନ୍‌ ନମ୍ବର- 06782 255960, 255960

ଅଧିକ ସୂଚନା ପାଇଁ-

  • devashishk@indianoil.in ବା ଯୋଗାଯୋଗ- 9437562282
  • sksahoo@indianoil.in ବା ଯୋଗାଯୋଗ- 9437035406

Comment