ଓଡ଼ିଶାଲାଇଭ୍ ବ୍ୟୁରୋ

 ଅନୁପ ସାଏଙ୍କୁ ଛତିଶଗଡ଼ର ରାୟଗଡ଼ ପୋଲିସ ଗିରଫ କରିବା ଖବର ବାବଦରେ ସ୍ପଷ୍ଟ କରିଛନ୍ତି ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ବୁଧବାର ରାତି ୯ଟା ୨୩ମିନିଟରେ ରାୟଗଡ଼ ଏସପି ଅନୁପ ସାଏଙ୍କୁ ଗୋଟିଏ ପୁରୁଣା ମାମଲାରେ ଅଟକ ରଖିବା ସମ୍ପର୍କରେ ସୂଚନା ଦେଇଥିଲେ। ୨୦୧୬ର ଏକ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛନ୍ତି ବ୍ରଜରାଜନଗର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ରାଜ୍ୟ ପଣ୍ୟାଗାର ନିଗର ଅଧ୍ୟକ୍ଷ ଅନୁପ ସାଏ।

ରାୟଗଡ଼ ପୋଲିସ ତାଙ୍କୁ ହାଜର ହେବା ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ସେ ଏହା ମାନିନଥିଲେ। ଫଳରେ ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ ବ୍ରଜରାଜନଗର ଆସି ବଘରାଚକାରେ ଥିବା ତାଙ୍କ ଘର ନିକଟରୁ ଉଠାଇନେଇଥିଲେ। ବ୍ରଜରାଜନଗର ସ୍ଥାନୀୟ ପୋଲିସ ସହାୟତାରେ ରାୟଗଡ଼ ପୋଲିସ୍ ଅନୁପ ସାଏଙ୍କୁ ଗିରଫ କରିଥିବାର ସୂଚନା ମିଳିଛି।

Comment