ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା-ଝାଡ଼ଖଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୪୩୬ ରନ୍‌ର ବିଶାଳ ସ୍କୋର କରିଛି। ବର୍ତ୍ତମାନ ଝାଡ଼ଖଣ୍ଡ ପ୍ରଥମ ଇଂନିସ ଖେଳ ଆରମ୍ଭ କରିଛି।

ଏହି ମ୍ୟାଚରେ ଝାଡ଼ଖଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ଭଲ ଆରମ୍ଭ କରିଥିଲେ। ୨୯ ରନ୍‌ରେ ଶାନ୍ତନୁ ମିଶ୍ର ଆଉଟ୍‌ ହୋଇଯିବା ପରେ ଅନୁରାଗ ଷଡ଼ଙ୍ଗୀ ୬୫ ରନ୍‌ ଓ ଦେବାଶିଷ ସାମନ୍ତରାୟ ୧୬୫ ରନ୍‌ର ଦମଦାର ପାଳି ଖେଳିଥିଲେ।

ସେହିପରି ଦଳ ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୩୧, ବିପ୍ଲବ ସାମନ୍ତରାୟ ୭୪ ଓ ଦେବବ୍ରତ ପ୍ରଧାନ ୨୬ ରନ୍‌ କରିଥିଲେ। ଫଳରେ ଦଳ ୪୩୬ ରନ୍‌ର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

ଚଳିତ ବର୍ଷ ରଣଜୀ ଟ୍ରଫିରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଛି। ଓଡ଼ିଶା ୮ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୨ଟିରେ ପରାଜୟ ହୋଇଛି। ସେହିପରି ଗୋଟିଏ ମ୍ୟାଚ ଡ୍ର ରହିଛି। ଏହାସହ ୩୫ ପଏଣ୍ଟ ପାଇ ଓଡ଼ିଶା ରଣଜୀ ଟ୍ରଫି ଗ୍ରୁପ ‘ସି’ରେ ଦ୍ଵିତୀୟ ସ୍ଥାନରେ ରହିଛି।

Comment