ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ରଶ୍ମୀ ଦେଶାଇ ଜଣେ। ରଶ୍ମୀ ଏବେ ବିଗ୍‌ ବସ୍‌ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି। ଆଜି ଏହି ଚୁଲବୁଲି ନାୟିକା ନିଜର ୩୪ ଜନ୍ମଦିନ ପାଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ନିଜକୁ ଫିଟ୍‌ ରଖିବାକୁ ରଶ୍ମୀ କ’ଣ କରନ୍ତି?

ରଶ୍ମୀ ଦେଶାଇଙ୍କ ଚୁଲବୁଲି ଚେହେରା ପାଇଁ ତାଙ୍କର ଅନେକ ଫ୍ୟାନ ରହିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ରଶ୍ମୀ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଯୋଗ କରନ୍ତି। ବର୍ତ୍ତମାନ ଅପେକ୍ଷା ପୂର୍ବରୁ ରଶ୍ମୀ ମୋଟା ଥିଲେ। ଯୋଗ କରିବା ଦ୍ୱାରା ତାଙ୍କର ଓଜନ ହ୍ରାସ ହୋଇଛି ବୋଲି ସେ କହନ୍ତି।

ରଶ୍ମୀଙ୍କ କହିବା କଥା ସୁନ୍ଦର ଦେଖା ହେବା ପାଇଁ ଖୁସି ରହିବା ଦରକାର।

ସେହିପରି ତ୍ୱଚାର ଯତ୍ନ ନେବା ପାଇଁ ରଶ୍ମୀ ପ୍ରତିଦିନ ଗୋଲାପ ଜଳ ବ୍ୟବହାର କରନ୍ତି। ଘରୁ ବାହାରିଲା ବେଳେ ତ୍ୱଚାରେ ମଶ୍ଚରାଇଜର ଲଗାନ୍ତି। ଶୋଇବା ପୂର୍ବରୁ ମେକଅପ୍‌ ଛଡ଼ାନ୍ତି। ସବୁଠୁ ଖାସ୍‌ କଥା ରଶ୍ମୀ ପ୍ରତିଦିନ ସକାଳୁ ଅଳ୍ପ ସୂର୍ଯ୍ୟ କରିଣରେ ବଗିଚାରେ କିଛି ସମୟ ବିତାନ୍ତି। ଏହା ତାଙ୍କ ସୁନ୍ଦରତା ଓ ଫିଟନେସର ରାଜ ବୋଲି ସେ କହନ୍ତି।

Comment