ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସୂର୍ଯ୍ୟ ମନ୍ଦିର ସାଧା ପଥର ଲାଗିବା ପ୍ରସଙ୍ଗରେ ଆଜି କୋଣାର୍କ ପରିଦର୍ଶନରେ ଆସିଥିଲେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ। ସଚିବଙ୍କ ସହ ଏକ ସ୍ଵତନ୍ତ୍ର ଟିମ୍‌ ମନ୍ଦିର ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଏହି ଟିମ୍‌ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ।

ଏହି ଟିମ୍‌ରେ ରାଜ୍ୟ ସରକାରଙ୍କ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ପ୍ରତ୍ନତତ୍ତ୍ଵ ବିଭାଗର ସୁପରିଟେଣ୍ଡ ସଙ୍ଗମିତ୍ରା ଶତପଥୀ, ରଜ୍ୟ ସାହିତ୍ୟ ଏକାଡମୀ ସେକ୍ରେଟାରୀ ସୁଚିସ୍ମିତା ମିନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟିମ୍‌ ମନ୍ଦିରର ବିଭିନ୍ନ ସ୍ଥାନରେ ଲାଗିଥିବା ସାଦା ପଥର ସ୍ଥାନ ଯାଞ୍ଚ କରିଥିଲେ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏଏସଆଇକୁ ଚିଠି ଲେଖିବେ।

ବର୍ତ୍ତମାନ ସୂର୍ଯ୍ୟ ମନ୍ଦିର ମୁଖଶାଳାରେ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ବଦଳରେ ପ୍ରାୟ ୬୦ ପ୍ରତିଶତ ସାଦା ପଥର ଶୋଭା ପାଉଛି। ଯାହାକି ଦୀର୍ଘ ୧୬ ବର୍ଷ ପରେ ମନ୍ଦିରରୁ ଲୁହାଭାରା ଖୋଲାଯିବା ପରେ ଜଳଜଳ ହୋଇ ଦେଖାଯାଉଛି। ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଆଉ ଦେଖିବାକୁ ମିଳୁନି।

Comment