ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ।

ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ଫେବ୍ରୁଆରି ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ବଜେଟ୍ ଉପସ୍ଥାପନ କରିବେ। ଏହାପରେ ୩ ଦିନ ଧରି ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ।ବଜେଟ୍ ଅଧିବେଶନ ପୂର୍ବରୁ ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବଜେଟ୍ ଅଧିବେଶନରେ କିଭଳି ଭାବେ ଗୃହ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ସେ ନେଇ ବାଚସ୍ପତି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି।

ବିଧାନସଭାର ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏହାପରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବ। ଏଥର ବଜେଟ୍ ଅଧିବେଶନ ପାଇଁ ମୋଟ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି।

Comment