ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟସରକାର ୫ ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା।

୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର।  ଏହି ବର୍ଦ୍ଧିତ ଭତ୍ତା୨୦୨୦ ଜାନୁଆରି ୧ରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

୨୦୧୬ ଜାନୁଆରି ୧ରୁ ସପ୍ତମ ବେତନ କମିସନ୍‌ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ଗୁରୁବାର ରାଜ୍ୟ ସରକାର ଘୋଷଣା କରିଥିଲେ।

Comment