ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଉଥିବା ତିନିଦିନିଆ ଅଭ୍ୟାସ ମ୍ୟାଚରେ ଚମକିଛି ଟିମ୍ ଇଣ୍ଡିଆ। ଶନିବାର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ବୋଲରମାନେ ନ୍ୟୁଜିଲାଣ୍ଡ ଏକାଦଶକୁ ୨୩୫ ରନରେ ଅଲଆଉଟ୍ କରିଦେଇଛନ୍ତି। ଏଥିସହିତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୮୭ରନର ଲିଡ୍ ନେଇଛି।

ଫେବ୍ରୁଆରି ୨୦ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦଳ ମଧ୍ୟରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ତେଣୁ ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ମାତ୍ର ୨୬୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।ଶନିବାର ଦ୍ୱିତୀୟ ଦିନରେ ବ୍ୟାଟ୍ସମ୍ୟାନମାନଙ୍କ ଏହି କ୍ଷତିର ଭରଣା କରିଛନ୍ତି ବୋଲର। ମହମ୍ମଦ ଶାମି ୩ଟି ୱିକେଟ୍ ନେବା ସହିତ ବୁମରା, ସୈନୀ ଓ ଉମେଶ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପରେ ଦ୍ୱିତୀୟ ଇଂନିସରେ ଭାରତୀୟ ଓପନରମାନେ ଚତ୍ମକାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ବିନା କୌଣସି ୱିକେଟ୍ ହରାଇ ୫୯ରନ୍ କରିଛି।

Comment