ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବଲାଙ୍ଗିର ଗସ୍ତ କରି କଳିଙ୍ଗ ‘ମୋତିଲାଲ ଓସ୍ୱାଲ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ’ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌)ର ଏକ ଶାଖା। ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ବଲାଙ୍ଗିର ପହଞ୍ଚିବା ପରେ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନ୍‌ ଚେୟାରମ୍ୟାନ୍‌ ସୁନୀତା ଅଗ୍ରଓ୍ୱାଲ, ମୋତିଲାଲ ଓସ୍ୱାଲ ଗ୍ରୁପ୍‌ର ମ୍ୟାନେଜିଙ୍ଗ ଡାଇରେକ୍ଟର ମୋତିଲାଲ ଓସ୍ଵାଲ, ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୋତିଲାଲ ଓସ୍ଵାଲ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ଵାଦଶ ଣ୍ରେଣୀ ଯାଏଁ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ।

Comment