ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ବାଙ୍କି ବ୍ଲକ ଜୋକଲାଞ୍ଜିରେ ଡବଲ ମର୍ଡର। ନୂଆଗାଁ ସରପଞ୍ଚଙ୍କ ସ୍ଵାମୀ ଭଗବାନ ସ୍ଵାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହଙ୍କୁ ସଂଘବଦ୍ଧ ଆକ୍ରମଣ। ଘରକୁ ଫେରୁଥିବା ବେଳେ ଜୋକଲାଞ୍ଜି ପାଖରେ ଉଭୟଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ।

ନୂଆଗାଁ ସରପଞ୍ଚଙ୍କ ସ୍ଵାମୀ ଓ ତାଙ୍କ ସହଯୋଗୀ ବାଇକରେ ଘରକୁ ଫେରୁଥିବା ବେଳେ ଜୋକଲାଞ୍ଜି ପାଖରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏଥିରେ ସହଯୋଗୀ ଆଦିତ୍ୟ ରଣସିଂହଙ୍କ ଗୋଡ଼ ଛିଡ଼ି ଯାଇଥିଲା। ତାଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ସରପଞ୍ଚଙ୍କ ସ୍ଵାମୀ ଭଗବାନ ସ୍ଵାଇଁ ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment