ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଫାଶୀ ଦିଆଯାଉ। ଏହି ଦାବି ନେଇ ବ୍ରଜରାଜନଗରରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବିଜେପି ମହିଳା ମୋର୍ଚ୍ଚା। ଅନୁପ ସାଏ ହାଏ ହାଏ ନାରା ଦେଇ ବିଜେପି କର୍ମୀମାନେ ଆନ୍ଦୋଳନ କରିଥିଲେ।

ଅନୁପଙ୍କ କୁଶପୁତ୍ତଳିକା ଦାହ କରି ତାଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ।

୨୦୧୬ରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଛତିଶଗଡ଼ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଛି। ଅନୁପ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଅନୁପ ୨୦୦୦ରୁ ୨୦୧୪ ଯାଏଁ ବ୍ରଜରାଜନଗରର ବିଧାୟକ ଥିଲେ।

୨୦୧୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲେ। ୨୦୧୪ରେ ସେ ନିର୍ବାଚନ ପରାଜିତ ହୋଇଥିଲେ। ୨୦୧୯ରେ ତାଙ୍କୁ ଟିକେଟ ମିଳି ନଥିଲା। ଅନୁପ ରାଜ୍ୟ ଉଠା ଜଳସେଚନ ନିଗମ ଏବଂ ପଣ୍ୟାଗାର ନିଗମ ଅଧ୍ୟକ୍ଷ ରହିଥିଲେ।

Comment