ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ସ୍ଵାସ୍ଥ୍ୟ ମିସ୍‌ନ୍‌ (NHM) ଅଧୀନରେ କଟକ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ମୋଟ୍‌ ୨୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୪ ସୁଦ୍ଧା ଆବେଦନ କରିପାରିବେ।

ପଦବୀ:

  • WIC ଅପରେଟର୍‌ (ରିଜିଅନାଲ୍‌ ଭାକ୍ସିନ୍‌ ଷ୍ଟୋର୍‌ ପାଇଁ) – ୪ଟି ପଦବୀ – ୧୩,୮୯୨ ଟଙ୍କା ଦରମା
  • ସିନିୟର୍‌ ଟ୍ରିଟ୍‌ମେଣ୍ଟ ସୁପରଭାଇଜର୍‌ (ଆର୍‌ଏନ୍‌ଟିସିପି ଅଧୀନରେ) – ଗୋଟିଏ ପଦବୀ- ୧୮,୨୯୧ ଟଙ୍କା ଦରମା
  • ଏସ୍‌ଏସ୍‌ସି.ଏମ୍‌ଟିଏସ୍‌ (ଏନ୍‌ଭିବିଡିସିପି ଅଧୀନରେ) – ଗୋଟିଏ ପଦବୀ- ୧୫,୯୭୬ ଟଙ୍କା ଦରମା
  • ଲାବୋରେଟୋରୀ ଟେକ୍ନିସିଆନ୍‌ (ମୋବାଇଲ୍‌ ବ୍ଲଡ୍‌ ସର୍ଭିସ ପାଇଁ) – ଗୋଟିଏ ପଦବୀ- ୧୧,୫୬୨ ଟଙ୍କା
  • କାଉନ୍‌ସେଲର୍‌ କମ୍‌ ପବ୍ଲିକ୍‌ ରିଲେସନ୍‌ ଅଫିସର୍‌ (ମୋବାଇଲ୍‌ ବ୍ଲଡ୍‌ ସର୍ଭିସ ପାଇଁ) – ଗୋଟିଏ ପଦବୀ- ୧୫,୯୭୬ ଟଙ୍କା
  • ସାଇକିଆଟ୍ରିକ୍‌ ନର୍ସ (ମେଣ୍ଟାଲ୍‌ ହେଲ୍‌ଥ୍‌ ପ୍ରୋଗ୍ରାମ୍‌ ଅଧୀନରେ) – ଗୋଟିଏ ପଦବୀ- ୧୫,୯୭୬ ଟଙ୍କା ଦରମା
  • ଫାର୍ମାସିଷ୍ଟ (ଏନ୍‌ୟୁଏଚ୍‌ଏମ୍‌ ଅଧୀନରେ) – ୨ଟି ପଦବୀ- ୧୧,୫୬୨ ଟଙ୍କା ଦରମା
  • ଫାର୍ମାସିଷ୍ଟ (ଆର୍‌ବିଏସ୍‌କେ ଅଧୀନରେ ଏମ୍‌ଏଚ୍‌ଟି ପାଇଁ) – ୧୩ଟି ପଦବୀ- ୧୧,୫୬୨ ଟଙ୍କା
  • ଏଏନ୍‌ଏମ୍‌ (ଆର୍‌ବିଏସ୍‌କେ ଅଧୀନରେ ଏମ୍‌ଏଚ୍‌ଟି ପାଇଁ) – ଗୋଟିଏ ପୋଷ୍ଟ- ୧୧,୧୭୬ ଟଙ୍କା
  • ଆବେଦନ ପ୍ରକ୍ରିୟା:
  • ଆଗ୍ରହୀ ପ୍ରାର୍ଥୀମାନଙ୍କୁ ନିଜର ଆବେଦନପତ୍ର ପୂରଣ କରି ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌କୁ ଡାକ ମାଧ୍ୟମରେ ଫେବ୍ରୁଆରି ୨୪ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।
  • ଠିକଣା:ଚିଫ୍‌ ଡିଷ୍ଟ୍ରିକ୍ଟ ମେଡିକାଲ୍‌ ଅଫିସର୍‌, କଟକ (ଏଟ୍‌- ଓଲ୍ଡ ସେକ୍ରେଟାରୀଏଟ୍‌ କ୍ୟାମ୍ପସ୍‌, କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌, ପୋ-ବକ୍ସି ବଜାର, ଜିଲ୍ଲା- କଟକ-୭୫୩୦୦୧)
  • ଏହି ବିଜ୍ଞପ୍ତି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁcuttack.nic.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

ସୌଜନ୍ୟ: ଚାକିରି ପ୍ଲସ୍‌

Comment