ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ଦିଲ୍ଲୀ ସାହିନ୍‌ବାଗ ଅଞ୍ଚଳର ବିକ୍ଷୋଭକାରୀ। ଶାହଙ୍କୁ ଭେଟି ବିକ୍ଷୋଭକାରୀମାନେ ସେମାନଙ୍କ ଦାବି ଜଣାଇବେ। ରବିବାର ଦିନ ୨ଟା ବେଳେ ଶାହଙ୍କ ବାସଭବନକୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ଆଲୋଚନା କରିବେ।

ଶାହଙ୍କୁ ଭେଟିବା ପାଇଁ ସାହିନ୍‌ବାଗ ଅଞ୍ଚଳରୁ ସେମିତି କିଛି ପ୍ରସ୍ତାବ ଆସି ନଥିବା ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ଗତ ତିନି ଦିନ ତଳେ ଅମିତ ଶାହ କହିଥିଲେ ଯେ, ସିଏଏ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଯିଏ ଚାହିଁବେ ସେ ସିଧାସଳଖ ମୋ’ ସହ ଆଲୋଚନା କରିପାରିବେ। ଶାହଙ୍କ ଏହି ପ୍ରସ୍ତାବ ପରେ ସାହିନ୍‌ବାଗ ଅଞ୍ଚଳର ମହିଳାମାନେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି।

ସିଏଏ ଆଇନକୁ ବିରୋଧ କରି ଦିଲ୍ଲୀ ସାହିନବାଗ ଅଞ୍ଚଳର ମହିଳାମାନେ ଗତି ଡିସେମ୍ବର ମାସରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଗତ ଦେଢ଼ ମାସ ହେଲା ସେ ରାଜରାସ୍ତାରେ ବସି ଆନ୍ଦୋଳନ କରୁଛନ୍ତି।

Comment