ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବାକୁ ଯାଉଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଏହି କାର୍ଯ୍ୟକ୍ରମରେ ଖାସ୍ ଅତିଥି ଭାବେ ଯୋଗଦେବେ କୁନି କେଜରିଓ୍ୱାଲ ବା ମଫଲର ମ୍ୟାନ୍। ଅରବିନ୍ଦ କେଜରିୱାଲ୍ ଏଥିପାଇଁ ତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦେଇଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ ଦିନ ସୋସିଆଲ ମିଡିଆରେ ଏହି କୁନି କେଜରିଓ୍ୱାଲଙ୍କ ଫଟୋ ଭାଇରାଲ ହୋଇଥିଲା। ଦେଖୁ ଦେଖୁ ସୋସିଆଲ ମିଡିଆରେ ଷ୍ଟାର ହୋଇଗଲେ ଏହି କୁନି କେଜରିଓ୍ୱାଲ।କିଏ ଏହି କୁନି କେଜରିଓ୍ୱାଲ?

କୁନି କେଜରିଓ୍ୱାଲଙ୍କ ପ୍ରକୃତ ନାଁ ହେଉଛି ଅଭ୍ୟାନ ତୋମର। ତାଙ୍କ ବାପାଙ୍କ ନାଁ ରାହୁଲ ତୋମର, ମା’ଙ୍କ ନାଁ ମୀନାକ୍ଷୀ ତୋମର। ଅଭ୍ୟାନଙ୍କ ଘର ଦିଲ୍ଲୀର ମୟୂରବିହାର ଅଞ୍ଚଳରେ। ଅଭ୍ୟାନଙ୍କ ବାପା ରାହୁଲ କେଜରିଓ୍ୱାଲଙ୍କ ଜଣେ ବଡ଼ ପ୍ରଂଶସକ। ସେଥିପାଇଁ ନିର୍ବାଚନ ଫଳାଫଳ ଦିନ ସକାଳୁ ଝିଅ ଅଭ୍ୟାନଙ୍କୁ ଅବିକଳ କେଜରିଓ୍ୱାଲଙ୍କ ଭଳି ସଜାଇ ଆପ୍‌ କାର୍ଯ୍ୟାଳୟକୁ ଆଣିଥିଲେ। ଏଥିସହ ସେ କେଜରିଓ୍ୱାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ମଧ୍ୟ ଯାଇଥିଲେ।

Comment