ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଂଜାମ ଜିଲ୍ଲା ମେଣ୍ଢାରାଜପୁର ନିକଟରେ ୧୧ କେଭି ବିଦ୍ୟୁତତାର ସଂସ୍ପର୍ଶରେ ଆସି ବସ ଜଳିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା  ବି ମହାଲକ୍ଷ୍ମୀ ରେଡ୍ଡୀଙ୍କ ରବିବାର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗାଡ଼ି ଜଳିଯିବା ଘଟଣା ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହେଉଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଅଫିସରମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସେହିପରି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା ହୋଇଛି।  ଆବଶ୍ୟକ ହେଲେ ଆହତମାନଙ୍କୁ ଅନ୍ୟ ହସ୍ପିଟାଲ ନିଆଯିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଘୋଷଣା କରିଛନ୍ତି।

Comment