ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ଭାରତ ଗସ୍ତରେ ଆସି ବିଶ୍ୱର ସବୁଠୁ ବଡ଼ ସର୍ଦ୍ଦାର ପଟେଲ୍ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ୍ କରିବେ। ଗୁଜରାଟ କ୍ରିକେଟ ଆସୋସିଏସନ୍ ଏନେଇ ସୂଚନା ଦେଇଛି।

ଫେବ୍ରୁଆରି ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହି ଷ୍ଟାଡିୟମକୁ ଉଦଘାଟନ୍ କରିବେ। ତାଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ।

ଗୁଜରାଟର ଅହମ୍ମଦାବାଦରେ ନିର୍ମାଣ ହୋଇଥିବା ଏହି କ୍ରିକେଟ୍ ଷ୍ଟାଡିୟମ ବିଶ୍ୱର ସବୁଠୁ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମ ହେବାର ଗୌରବ ଅର୍ଜନ କରିବ। ଏଥିରେ ଏକାଥରକେ ୧ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ।

Comment