ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଚ୍ଛିନ୍ନାଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଡ଼ୁଥିବା ଗୁରୁପ୍ରିୟା ସେତରେ ଫାଟ ସୃଷ୍ଟି ହୋଇଛି। ବ୍ରିଜର ୧୬ ନମ୍ବର ପିଲର ନିକଟରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବ୍ରଜିର ଠିକ୍‌ ଭଝିରେ ଫାଟ ସୃଷ୍ଟି ହୋଇଥିବାରୁ ମାଲାକାନଗିରିବାସୀ ଯାତାୟତ ସମୟରେ ଭୟଭୀତ ହେଉପଡ଼ିଛନ୍ତି। ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ସେତୁରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଗୁରୁପ୍ରିୟା ସେତୁ ଉଦଘାଟନ ହେବାର ମାତ୍ର ଦେଢ଼ବର୍ଷ ପରେ ମରାମତି ଆବଶ୍ୟକ କରୁଥିବାରୁ ସ୍ୱାଭିମାନବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ଦୀର୍ଘବର୍ଷର ଦାବି ପରେ ମାଲକାନଗିରିରେ ଗୁରୁପ୍ରିୟା ସେତୁ ନିର୍ମାଣ ହୋଇଥିଲା। ଜୁଲାଇ ୧୬, ଜୁଲାଇ ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ରିଜକୁ ଉଦଘାଟନ କରିଥିଲେ। ୯୧୦ ମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣ ପାଇଁ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

Comment