ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ଟି-୨୦ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ନବମ ସ୍ଥାନରୁ ଦଶମ ସ୍ଥାନରେ ଆସି ପହଞ୍ଚିଛନ୍ତି ବିରାଟ। ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି ଆସିଥିବା ଲୋକେଶ ରାହୁଲ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲା ବିପକ୍ଷ ୫ଟିକିଆ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଲୋକେଶ ରାହୁଲ ଦ୍ଵିତୀୟ ସ୍ଥାନ ଦାଖଲ କରି ରହିଛନ୍ତି। ସେ ବର୍ତ୍ତମାନ ୮୨୩ ପଏଣ୍ଟ ପାଇ ଦ୍ଵିତୀୟରେ ରହିଛନ୍ତି। ସେହିପରି କୋହଲି ୬୭୩ ପଏଣ୍ଟରେ ୧୦ ଦଶମ ସ୍ଥାନକୁ ଖସିଛନ୍ତି।

ବିରାଟଙ୍କ ସ୍ଥାନରେ ବର୍ତ୍ତମାନ ଇୟନ ମୋର୍ଗାନ ରହିଛନ୍ତି। ମୋର୍ଗାନ ୬୮୭ ପଏଣ୍ଟରେ ନବମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ଯୋଗୁଁ ଏହି ସ୍ଥାନକୁ ଉତ୍ତୀନ୍ନ ହୋଇଛନ୍ତି ମୋର୍ଗାନ।

Comment