ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରେ ଶୋଇଥିବା ବେଳେ ଡିବିର ନିଆଁରେ ପୋଡ଼ି ହୋଇ ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ।

ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଥିବା ଭଉଣୀର ବୟସ ୨ ବର୍ଷ ଓ ପୁଅର ବୟସ ୮ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳେ ଭାଇ ଭଉଣୀଙ୍କୁ ତାଙ୍କ ବାପାମା’ ଏକ ଘରେ କମ୍ବଳ ଘୋଡ଼ାଇ ଶୁଆଇ ଦେଇ କାମ କରିବାକୁ ଯାଇଥିଲେ। ଏହି ସମୟରେ ପାଖରେ ଏକ ଡିବିରୁ ନିଆଁ କମ୍ବଳରେ ଲାଗି ଯାଇଥିଲା। ଘରେ କେହି ନଥିବାରୁ ନିଆଁ ଲାଗିଥିବା କେହି ଦେଖିପାରି ନଥିଲେ। ଶିଶୁ ଦ୍ଵୟ ନିଆଁରେ ପୋଡ଼ି ହୋଇ ଜଳନ୍ତା ଅବସ୍ଥାରେ ବାହାରକୁ ଆସିବାରୁ ପଡ଼ୋଶୀମାନେ ଦେଖି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Comment