ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଡ଼ିଶା ହାଇଡ୍ରୋ ପାଓ୍ଵାର କର୍ପୋରେସନ୍‌ ଲିମିଟେଡ୍‌)ରେ ନିର୍ଦ୍ଦେଶକ (ଅପରେସନ୍‌) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍ସନ୍‌ ବୋର୍ଡ (PESB) ଦ୍ଵାରା କରାଯିବ।

ଶିକ୍ଷାଗତ ଯୋଗ୍ୟତା:

  • ଇଲେକ୍ଟ୍ରିକାଲ ବିଭାଗରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିବେ। ଏହା ସହ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
  • ଏହି ପଦବୀରେ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।

ବୟସ ସୀମା: 

  • ଇଣ୍ଟରନାଲ- ୪୫ ବର୍ଷରୁ ୫୭ ବର୍ଷ
  • ଏକ୍ସଟର୍‌ନାଲ୍‌- ୪୫ ବର୍ଷରୁ ୫୮ ବର୍ଷ

ଦରମା– ୧,୩୫,୧୦୦ରୁ ୨,୧୬,୮୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ଫେବ୍ରୁଆରି ୧୮ରେ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ପ୍ରାର୍ଥୀମାନେ ଡାକ ମାଧ୍ୟମରେ ଆବେଦନ କରିପାରିବେ।

  • ଠିକଣା– Principal Secretary to Govt. Public Enterprises Department, Odisha Secretariat, Bhubaneswar-751001
  • ଇ ମେଲ୍‌– or@nic.in

ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ pe.odisha.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment