ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛି ଓଡ଼ିଶା ଟିମ୍‌। ଏଥର ଓଡ଼ିଶା ରଣଜୀ ମ୍ୟାଚରେ ୯ଟି ମ୍ୟାଚ କେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ଓ ୨ଟି ମ୍ୟାଚ ଡ୍ର ରହିଛି। ଏହାସହ ଦୀର୍ଗ ୪ ବର୍ଷ ପରେ ଓଡ଼ିଶା ରଣଜୀ କ୍ଵାଟର ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଏହି ଟ୍ରଫିରେ ଓଡ଼ିଶା ଫାଇନାଲ ଖେଳିବାର ସୁଯୋଗ ରହିଛି।

ଆସନ୍ତା ୨୦ ତାରିଖରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଦ୍ଵିତୀୟ କ୍ଵାଟର ଫାଇନାଲ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ହେଲେ ସେମିଫାଇନାଲ ଖେଳିବାର ସୁଯୋଗ ରହିଛି। ପୂରା ଟୁର୍ଣ୍ଣାମେଣ୍ଟ ଦେଖିଲେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ଆସିଛି।

ଓଡ଼ିଶା ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏଥର ୭ଟି ମ୍ୟାଚ ଖେଳି ସେ ଦଳ ପକ୍ଷରୁ ସର୍ବାଧିକ ୪୬୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ଝାରଖଣ୍ଡ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ସେ ଶତକ ଜମାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଅପରାଜିତ ଅର୍ଦ୍ଧଶତକ ମାରି ଓଡ଼ିଶାକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଯାଇଥିଲେ।

ସେହିପରି ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଶାନ୍ତନୁ ମିଶ୍ର, ଅନୁରାଗ ଷଡଙ୍ଗୀ, ରାଜେଶ ଧୂପର ମଧ୍ୟ ଚମତ୍କାର ଫର୍ମରେ ଥିବା ବେଳେ ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ମଧ୍ୟ ଭଲ ଖେଳୁଥିବା ନଜର ଆସିଛି। ତେଣୁ ଏଥର ଓଡ଼ିଶା ଦଳ ଫାଇଲାନରେ ପହଞ୍ଚିବାକୁ ପ୍ରୟାସ କରିବ।

Comment