ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଆଗାମୀ ଭାରତ ଗସ୍ତରେ ୯ କିଲୋମିଟର ରୋଡ୍ ସୋ’ କରିବେ। ସେ ଗୁଜରାଟ ବିମାନବନ୍ଦରରୁ ଓହ୍ଲାଇ ମୋଟେରା ଷ୍ଟାଡିୟମକୁ ଯିବା ରାସ୍ତାରେ ଏହି ରୋଡ୍ ସୋ’ କରିବେ।

ଏହା ପୂର୍ବରୁ ଟ୍ରମ୍ପ ୨୨ କିଲୋମିଟର ରାସ୍ତା ରୋଡ୍ ସୋ’ କରିବେ ବୋଲି କୁହାଯାଉଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କର ଗାନ୍ଧୀ ଆଶ୍ରମ ପରିଦର୍ଶନକୁ ବାତିଲ୍ କରିଦିଆଯାଇଛି। ଫଳରେ ତାଙ୍କର ଏହି ରୋଡ୍ ସୋ’ ୨୨ କିଲୋମିଟରରୁ ୯ କିଲୋମିଟରକୁ କମିଯାଇଛି।

ଏହି ରୋଡରେ ସୋ’ରେ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ। ତାଙ୍କର ଏହି ରୋଡ୍ ସୋ’ରେ ଅନେକ କଳାକାର ମଧ୍ୟ ରାସ୍ତା ଉପରେ ନିଜର କଳା ପ୍ରଦର୍ଶନ କରିବେ। ଏଥିସହିତ ଗୁଜରାଟର ସେହି ରାସ୍ତାକୁ ମଧ୍ୟ ସୁସଜ୍ଜିତ କରାଯାଇଛି।

ଆସନ୍ତା ଫେବ୍ରୁଆରି ୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ସେ ଏହି ଗସ୍ତରେ ଗୁଜରାଟରେ ନିର୍ମାଣ ହୋଇଥିବା ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବା ସହିତ ସେଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହିତ ଟ୍ରମ୍ପ ତାଜମହଲ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Comment