ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଯେଉଁ ଦେଶ ଫିଟ୍‌ ସେ ସବୁବେଳେ ହିଟ୍‌ ରହିବ। ତେଣୁ ଆମ ଦେଶକୁ ହିଟ୍‌ ରଖିବାକୁ ଆମକୁ ଫିଟ୍‌ ରହିବା ଜରୁରୀ। ବିଜ୍ଞାନ ପ୍ରତି ଯୁବକଙ୍କ ଆକର୍ଷଣ ବଢ଼ିଛି, ଯାହା ସକାରାତ୍ମକ ବାର୍ତ୍ତା ଦେଉଛି। ଏହାସହ ଯୁବ ପିଢ଼ି ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ଉଚିତ୍‌” କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ୍‌ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ସେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହା ତାଙ୍କର ୬୨ତମ ବନ୍‌ କି ବାତ କାର୍ଯ୍ୟକ୍ରମ। ଏଥିରେ ସେ ମହିଳା ସଶକ୍ତିକରଣ, ହୁନର ହାତ ଓ ଅନ୍ତରୀକ୍ଷ ବିଷୟରେ ଲୋକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଗତ ବର୍ଷ ହୁନର ହାତ ମାଧ୍ୟମରେ ୩ ଲକ୍ଷ କାରିଗର ଓ ଶିଳ୍ପୀମାନଙ୍କୁ ରୋଜଗାରର ନୂଆ ବାଟ ମିଳିଛି। ହୁନର ହାତ୍‌ କଳାକୁ ପ୍ରଦର୍ଶନ କରିବାର ଏକ ସଫଳ ମଞ୍ଚ। ଏହାସହ ହୁନର ହାତ ଲୋକମାନଙ୍କ ସ୍ଵପ୍ନ ମଧ୍ୟ ପୂରା କରିପାରିଛି।“

ସେ ଯୁବ ବର୍ଗଙ୍କୁ ସମ୍ଵୋଦ୍ଧିତ କି କହିଛନ୍ତି ଯେ, ଆଗାମୀ ମାସ ଆଡ୍‌ଭେନ୍ଚର ସ୍ପୋର୍ଟସ ପାଇଁ ବହୁତ ଉପଯୁକ୍ତ। ଆମ ଦେଶର ଭୌଗଳିକ ପରିବେଶ ପାଇଁ ଏହା ଆମକୁ ଉପଯୁକ୍ତ ସୁଯୋଗ ଦେବ। ଆଡେଭେନ୍ଚର ସ୍ପୋର୍ଟସ ଯୁବ ପିଢ଼ିଙ୍କୁ ବହୁତ ଆଗକୁ ନେଇପାରେ। ଏହାସହ ଯୁବ ପିଢ଼ି ପ୍ରତିରକ୍ଷା ଷେତ୍ରରେ ମଧ୍ୟ ଆଗକୁ ବଢ଼ିବା ଉଚିତ୍‌।

Comment