ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI)ରେ ରିସର୍ଚ୍ଚ ଆସୋସିଏଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଫେବ୍ରୁଆରି ୨୫ରେ ଏଥିପାଇଁ ହେବାକୁ ଯାଉଥିବା ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଅଂଶ ଗ୍ରହଣ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ବାୟୋଟେକ୍ନୋଲୋଜୀ/ପ୍ଲାଣ୍ଟ ବାୟୋଟେକ୍ନୋଲୋଜୀ/ବଟାନୀରେ ପି.ଏଚ୍‌.ଡି ଡିଗ୍ରୀ ହାସଲ କରିବା ସହ ଏହି ସମ୍ବନ୍ଧୀତ ପ୍ରୋଜେକ୍ଟରେ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

ମହିଳା- ୪୫ ବର୍ଷ

ପୁରୁଷ- ୪୦ ବର୍ଷ

ଇଣ୍ଟରଭ୍ୟୁ ସମୟ– ୨୦୨୦ ଫେବ୍ରୁଆରି ୨୫ ସକାଳ ୧୦.୩୦

ନିଯୁକ୍ତି ସ୍ଥାନ– ଏନ୍‌ଆରଆରଆଇ, କଟକ

ଦରମା:

ମାଷ୍ଟର ଡିଗ୍ରୀଙ୍କ ପାଇଁ- ୪୯,୦୦୦ ଟଙ୍କା

ପିଏଚ୍‌.ଡି ଡିଗ୍ରୀଙ୍କ ପାଇଁ- ୫୪,୦୦୦ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋ଼ଡାଟା ଏବଂ ଦରକାରୀ ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ୍‌ ସହ ନିର୍ଦ୍ଧାରିତ ସମୟରେ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ www.icar-nrri.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment